ଅବ୍ୟବସ୍ଥା ଅବସ୍ଥାରେ ଅନନ୍ତପୁର ଛକର ପ୍ରତୀକ୍ଷାସ୍ଥଳ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାଲିବୋ ପଂଚାୟତ ଅନ୍ତର୍ଗତ ଅନନ୍ତପୁର ଛକ ତଥା ଏନ ଏଚ ୫୩ ତରଫରୁ ନିର୍ମାଣ କରାଯାଇଥିବା ପ୍ରତୀକ୍ଷାସ୍ଥଳ ଏବେ ବ୍ୟବହାର ଅନୁପଯୋଗୀ ହୋଇପଡିଛି।

ରାସ୍ତା ସମ୍ପ୍ରସାରଣ ବେଳେ ନିର୍ମାଣ ଥିବା ବିଶ୍ରାମଗାରକୁ ଭଙ୍ଗା ଯାଇଥିଲା ଫଳରେ ବହୁଦିନ ଓ ବହୁ ଅଭିଯୋଗ ପରେ ଜାତୀୟ ରାଜପଥରର ଠିକା ସଂସ୍ଥା ତରବରିଆ ଭାବେ ଛକରେ ଯେଉଁ ପ୍ରତୀକ୍ଷା ସ୍ଥଳ ନିର୍ମାଣ କରିଛନ୍ତି ତାହା ନିମ୍ନ ମାନର ହୋଇଥିବାରୁ ଛଅ ମାସ ନ ହେଉଣୁ ନଷ୍ଟ ହେବାକୁ ବସିଲାଣି ବୋଲି କହିଛନ୍ତି ଅନନ୍ତପୁର ଗାଁର ଏକ ନଂ ୱାର୍ଡର ସଭ୍ୟ ପ୍ରେମାନନ୍ଦ ନାୟକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes