ଅବକାରୀ ବିଭାଗ ଗାଡି ଧକ୍କାରେ ଦୁଇ ଗୁରୁତର

ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅସନଯୋଡ଼ା ଛକରେ ଅବକାରୀ ବିଭାଗ ଗାଡି ଧକ୍କାରେ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି।

ବୋଲେରୋ ଦୁର୍ଘଟଣା ଘଟାଇ ପଳାଉଥିବା ବେଳେ ଉତ୍ତ୍ୟକ୍ତ ଲୋକେ ବାରିପଦାର ମୁର୍ଗାବାଡ଼ି ଠାରେ ଅଟକାଇ ଭଙ୍ଗାରୁଜା କରିଛନ୍ତି ସ୍ଥାନୀୟ ଲୋକେ। ବାଇକରେ ଆସୁଥିବା ଗଣେଶ ନାଥ ଏବଂ ପୁଅ ଅମରେଶ ନାଥଙ୍କୁ ଗାଡି ଧକ୍କା ଦେଇଛି। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଡାକି ଉଭୟ ଆହତଙ୍କୁ ପିଆରଏମ ହସ୍ପିଟାଲ ପଠାଇଛନ୍ତି। ଘଟଣାସ୍ଥଳରେ ବାରିପଦା ଟାଉନ ଥାନା ପୁଲିସ ପହଞ୍ଚି ଗାଡିକୁ ଜବତ କରି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes