ବକୁ ଗ୍ରାମପଞ୍ଚାୟତ ଷୋଢରପୁର ଠାରେ ପୁରୀ ଜିଲ୍ଲା ଶିଳ୍ପକେନ୍ଦ୍ର ସହଯୋଗରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସମ୍ବନ୍ଧୀୟ ଏକ ଦିନିକିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ଶିଳ୍ପକେନ୍ଦ୍ରର ଅଧିକାରୀ ମାନସ ରଂଜନ ବାରିକ,ରିଜର୍ଭ୍ ବ୍ୟାଙ୍କ କାଉନସିଲ ସଦସ୍ୟ, ଗ୍ରାମ୍ୟ କୃଷିବିକାଶ ପରିଷଦ ସଂମ୍ପାଦକ ପ୍ରତାପ କୁମାର ପାହାନ୍ତାସିଂହ,ସ୍ଥାନୀୟ ସରପଞ୍ଚ ଗୀତାଜଂଳୀ ନାଥଶର୍ମା ଓ ଟ୍ରେନର ସଂଯୁକ୍ତା ନାଗ ଯୋଗଦେଇ ମହିଳା ମାନଙ୍କୁ ସଚେତନତା କରାଇଥିଲେ।