ଦୀର୍ଘ ୩୫ ବର୍ଷ ହେଲା କେନ୍ଦୁଝର ଜିଲ୍ଲାର ବିଭିନ୍ନ ଆଶ୍ରମ ସ୍କୁଲରେ ରୋଷେୟା ଭାବରେ ପିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ଓ ପରଷି ଆସୁଥିବା ଦଶ ଜଣ ରୋଷେୟା ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆସି ସ୍ଥାୟୀ କରିବାକୁ ଦାବି କରିଛନ୍ତି।
ଅନ୍ୟ ମାନଙ୍କୁ ସ୍ଥାୟୀ କରାଗଲା, ଏଣୁ ସେମାନଙ୍କୁ ମଧ୍ୟ ସ୍ଥାୟୀ କରାଗଲେ ଭଲରେ ଚଳିବା ସହ ପରିବାର ପ୍ରତିପୋଷଣ ଠିକ୍ ଭାବରେ କରିପାରିବେ ବୋଲି ସେମାନେ ନିବେଦନ କରିଛନ୍ତି।