ହରିଶଙ୍କର ମନ୍ଦିରର ଆୟର ବିଭିନ୍ନ ଉତ୍ସର ବିକ୍ରି ସକାଶେ ଟେଣ୍ତର ବିଜ୍ଞପ୍ତି

ବଲାଙ୍ଗିର ଜିଲ୍ଲାର ସର୍ବ ପୁରାତନ ଶୈବପୀଠ ହରିଶଙ୍କର ମନ୍ଦିରର ଆୟର ବିଭିନ୍ନ ଉତ୍ସର ବିକ୍ରି ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଚଳିତ ଅପ୍ରେଲ ମାସ ୨୭ ଯାଏ ବିଡ ଦାଖଲ କରିପାରିବେ।

କ୍ଳଷ୍ଟର ସ୍ତରୀୟ ଓରିଏଣ୍ଟେସନ ପ୍ରୋଗ୍ରାମ

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବ୍ଳକ ହିଁଆଲ କ୍ଳଷ୍ଟରର ଉନ୍ନିତ ଉଚ୍ଚ ବିଦ୍ୟାଳୟ, ଚଟୁଅନକାରେ ଠାରେ ଆଜି ଶିକ୍ଷକ ବ୍ରଜ ମିଶ୍ରଙ୍କ ସଭାପତିତ୍ୱରେ ଏକ ଓରିଏଣ୍ଟେସନ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଥିଲା।

ଏନ.ଡି.ଆର.ଏଫ ପକ୍ଷରୁ ସଚେତନତା ଶିବିର

ବଲାଙ୍ଗିର ସହରର ପି.ପି.ଏକାଡେମୀ ହାଇସ୍କୁଲରେ ଆଜି ଏନ.ଡି.ଆର.ଏଫ ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଛାତ୍ରମାନଙ୍କୁ ବିଭିନ୍ନ କୌଶଳ ବିଷୟରେ ଟ୍ରେନିଂ ଦିଆଯାଇଛି।

ବଲାଙ୍ଗୀରରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୪.୩ ଡିଗ୍ରୀ ରେକର୍ଡ

ବଲାଙ୍ଗୀରରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୪.୩ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସହରରେ ଦ୍ୱିପହର ସମୟରେ ରାସ୍ତା ଘାଟ ଶୁନଶାନ ହୋଇଯାଇଥିଲା।

ପ୍ରବଳ ଗରମ ଯୋଗୁଁ ଲୋକେ ଘର ଭିତରେ କୁଲର ଏସି ଚଳାଇ ରହିବାକୁ ପସନ୍ଦ କରିଥିଲେ।

ଉପଖଣ୍ତସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ଆଜି ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।

ଶିବିରରେ ଶହେ ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିବା ବେଳେ ୪୩ ଜଣଙ୍କ ଅଭିଯୋଗ ଶୁଣାଣି ବିଚାରକୁ ନିଆଯାଇଥିବା ଜଣେ ଅଧିକାରୀ କହିଛନ୍ତି।

ବିଦ୍ୟାଳୟ ଆଗରେ ଧାରଣା ଦେଲେ ଗ୍ରାମବାସୀ

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ସର୍ଗିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସିଆରସିସି ସରୋଜ କାନ୍ତ ପାଣିଗ୍ରାହୀ ବିଦ୍ୟାଳୟକୁ ଆସିଥିବା ବିଭିନ୍ନ ଅର୍ଥକୁ ହେରଫେର କରିଥିବା ଅଭିଯୋଗରେ ଗ୍ରାମବାସୀ ଗତକାଲି ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣା ଦେଇଥିଲେ ।

ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଘଟଣା ସ୍ଥଳକୁ ଆସି ଆଲୋଚନା ପରେ ପୂର୍ବତନ ପ୍ରଧାନ ଶିକ୍ଷକ ଏମ ଡ଼ି ଏମ ବାବଦକୁ ଆସିଥିବା ଅର୍ଥ ସହିତ କାଗଜ ପତ୍ର ଦାଖଲ କରିବନେଇ ଲିଖିତ ଭାବେ ଜଣାଇଥିଲେ ।

ମମିତା ମେହେର ମାମଲାର ଶୁଣାଣି ଘୁଞ୍ଚିଲା

ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି କୋର୍ଟରେ ଆଜି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ଶୁଣାଣି ହେବାର ଥିବା ବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଜି କୋର୍ଟରେ ସବୁ ମାମଲାର ଶୁଣାଣି ବନ୍ଦ ରଖାଯାଇଛି l

ତେଣୁ ମମିତା ମାମଲାର ଶୁଣାଣି ଘୁଞ୍ଚିଥିବା ଆଇନଜୀବୀ କହିଛନ୍ତି l

Nuakhai wishes