ଟ୍ରେନ୍‌ ଦୁର୍ଘଟଣା : ପୁଣି ୫ ଟ୍ରେନ୍‌ ବାତିଲ

ଟ୍ରେନ୍‌ ଦୁର୍ଘଟଣା ପରେ ଲିଙ୍କ୍ ରେକ୍‌ ଓ ଟାଇମ୍‌ ଆଡଜଷ୍ଟ ପାଇଁ ୫ ଟ୍ରେନ୍‌ ବାତିଲ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳବାଇ।

ମୁମ୍ବାଇରୁ ଆଜି ଛାଡ଼ିବାକୁ ଥିବା କୋଣାର୍କ ଏକ୍ସପ୍ରେସ ବାତିଲ ହୋଇଥିବା ବେଳେ ୨ ତାରିଖରେ ଭୁବନେଶ୍ୱର ଛାଡ଼ିବାକୁ ଥିବା କୋଣାର୍କ ଏକ୍ସପ୍ରେସ ମଧ୍ୟ ବାତିଲ ହୋଇଛି। ଆଜି ସନ୍ତ୍ରାଗାଛି ଛାଡ଼ିବାକୁ ଥିବା କରମଣ୍ଡଳ ଏକ୍ସପ୍ରେସ ଏବଂ ହାୱଡ଼ାରୁ ଛାଡ଼ିବାକୁ ଥିବା ହାୱଡ଼ା-ବାଙ୍ଗାଲୋର ଏକ୍ସପ୍ରେସ ବାତିଲ ହୋଇଛି।

ଜେଇ ପ୍ରସନ୍ନ କୁମାର ପାଣିଙ୍କୁ ଗିରଫ କଲା ଭିଜିଲାନ୍ସ

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ପାଲଲହଡ଼ା ବିଇଓ ଅଫିସ୍‌ର ଜେଇ ପ୍ରସନ୍ନ କୁମାର ପାଣିଙ୍କୁ ଗିରଫ କରିଛି ଭିଜିଲାନ୍ସ।

କାଲି ରେଡ୍ ବେଳେ ଜେଇଙ୍କ ବିପୁଳ ସଂପତ୍ତି ଠାବ ହୋଇଥିଲା। ମୋଟ୍ ୨୬ଟି ପ୍ଲଟ, ୬୪ ଲକ୍ଷ ଟଙ୍କାର ଡିପୋଜିଟ୍, ୮୩୨ ଗ୍ରାମ ସୁନା ଅଳଙ୍କାର ସହ ନଗଦ ୩.୩୩ ଲକ୍ଷ ଠାବ ହୋଇଥିଲା।

ପାଳଲହଡ଼ା ବିଇଓ ଅଫିସ୍‌ର ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଇଓ ଅଫିସ୍‌ର ଜେଇ ପ୍ରସନ୍ନ କୁମାର ପାଣିଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ।

ଅନୁଗୁଳ, ପୁରୀ, ଭୁବନେଶ୍ୱରର ୯ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ଜାରି ରହିଛି।

ରାତିରେ ମଞ୍ଚାରେ ଫସଲ ଜଗିଥିଲା ବେଳେ ବୀଭତ୍ସ ହତ୍ୟା

ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଓଳାବୀର ଗାଁ ପାଖରେ ହତ୍ୟାକାଣ୍ଡ ଘଟିଛି।

କିଏ, କାହିଁକି ହତ୍ୟା କଲା ଜାଣିବାକୁ ପୁଲିସ ଛାନଭିନ୍‌ କରୁଛି।

ମର୍ଣ୍ଣିଂ ୱାକ୍ ବେଳେ ଚଢ଼ିଗଲା ଗାଡ଼ି; ପୃଥକ ଦୁର୍ଘଟଣାରେ ୩ ମୃତ

ଅନୁଗୁଳ ଜିଲ୍ଲା ପାଳଲହଡ଼ା ମୁକ୍ତାପୁର ଛକରେ ୨ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି।

ମର୍ଣ୍ଣିଂ ୱାକ୍ ବେଳେ ଅଜଣା ଗାଡ଼ି ଧକ୍କା ଦେଇ ପଳାଇଥିବା ସୂଚନା ମିଳିଛି । ସେହିପରି ବଲାଙ୍ଗିର ପାଟଣାଗଡ଼ ରାସ୍ତାରେ ଯୁବକଙ୍କ ଉପରେ ଚଢ଼ିଗଲା ଭ୍ୟାନ୍ ।

ଭିଜିଲାନ୍ସ ଜାଲରେ ଜିଆରଏସ

ଲାଞ୍ଚ ନେବା ବେଳେ ଅନୁଗୁଳ ଜିଲ୍ଲା ମାଛକୁଟା ପଞ୍ଚାୟତ ଜିଆରଏସ ଯଦୁମଣି ମାଝୀ ଧରାପଡ଼ିଛନ୍ତି।

ସେ ଆବାସ ଯୋଜନାରେ ବିଲ୍‌ କରାଇବାକୁ ୪ ହଜାର ଲାଞ୍ଚ ନେଉଥିଲେ।

ଦନ୍ତାହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ଅନୁଗୁଳ ବନଖଣ୍ଡ ବଶଲା ଗାଁରେ ଏହି ଘଟଣା ଘଟିଥିବା ବେଳେ କ୍ଷତିପୂରଣ ଦାବିରେ ଗାଁ ଛକରେ ଲୋକେ ରାସ୍ତାରୋକ କରିଛନ୍ତି।

ମହୀଧରପୁର-ବଡ଼କେରାକୁ ଗମନାଗମନ ବାଧାପ୍ରାପ୍ତ ହୋଇଛି।

ଦନ୍ତାହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ଅନୁଗୁଳ ବନଖଣ୍ଡ ବଶଲା ଗାଁରେ ଏହି ଘଟଣା ଘଟିଥିବା ବେଳେ କ୍ଷତିପୂରଣ ଦାବିରେ ଗାଁ ଛକରେ ଲୋକେ ରାସ୍ତାରୋକ କରିଛନ୍ତି।

ମହୀଧରପୁର-ବଡ଼କେରାକୁ ଗମନାଗମନ ବାଧାପ୍ରାପ୍ତ ହୋଇଛି।

ସ୍ତ୍ରୀକୁ ମାରି ୬ ଖଣ୍ଡ କରି ନଈରେ ଫିଙ୍ଗିବା ଘଟଣା, ନଈରୁ ମିଳିଲା କଟା ଗୋଡ଼

ସ୍ତ୍ରୀକୁ ମାରି ୬ ଖଣ୍ଡ କରି ନଈରେ ଫିଙ୍ଗିବା ଘଟଣାରେ ନଈରୁ ମୃତ ମହିଳାଙ୍କ ଗୋଡ଼ ମିଳିଥିବା ପୁଲିସ ସୂଚନା ଦେଇଛି।

ସୋରଡ଼ା ଥାନା ପାଲକାଟୁ ନିକଟ ନଈରୁ ମିଳିଲା କଟା ଗୋଡ଼। କିଛି ଦିନ ତଳେ ସ୍ଥାନୀୟ ଭଗବାନପୁରରେ ଜଘନ୍ୟ କାଣ୍ଡ ଘଟିଥିଲା। ସ୍ତ୍ରୀକୁ ମାରି ୬ ଖଣ୍ଡ କରି ନଈରେ ଭସାଇ ଦେଇଥିଲା ସ୍ୱାମୀ। ଘଟଣା ପରେ ଅଭିଯୁକ୍ତ ସ୍ୱାମୀକୁ ଧରି ଜେଲ୍‌ ପଠାଇଥିଲା ପୁଲିସ।

Nuakhai wishes