ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର; ୨ ମୃତ

ବ୍ରହ୍ମପୁର ପାତ୍ରପୁର ବ୍ଲକ ତାଳଗୁରାଣ୍ଡି ରାସ୍ତାରେ ଓଲଟିଲା ଟ୍ରାକ୍ଟର।

ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଗୁରୁତର ଅଛନ୍ତି।ଏକ ରାଜନୈତିକ କାର୍ଯ୍ୟକ୍ରମକୁ ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

ଶିଶୁପୁତ୍ର ମୃତଦେହ ଉଦ୍ଧାର ଘଟଣାରେ ମା’ ଅଟକ

ବ୍ରହ୍ମପୁରସ୍ଥିତ ବିଜିପୁର ପୋଖରୀରୁ ଶିଶୁପୁତ୍ର ମୃତଦେହ ଉଦ୍ଧାର ଘଟଣାରେ ଶିଶୁପୁତ୍ରର ମାଆକୁ ଅଟକ ରଖିଛି ଟାଉନ୍ ଥାନା ପୁଲିସ।

ଆଖପାଖର ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛି।

ମହିଳାଙ୍କୁ ପଛପଟୁ ମୁଣ୍ଡକୁ ପିଟିପିଟି ହତ୍ୟା

ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ନୀଳକଣ୍ଠନଗରେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ମୃତକ ସୌଦାମିନୀ ରଥ। ସେ ଶିଶୁ କଲ୍ୟାଣ ସମିତି ସଦସ୍ୟ ଥିବା ସୂଚନା ମିଳିଛି। ସୌଦାମିନୀଙ୍କ ଡ୍ରାଇଭରଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।

ପ୍ରଶ୍ନପତ୍ର ନମିଳିବାରୁ ଗଛମୂଳେ ପ୍ରତିବାଦ

୭ମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ନମିଳିବାରୁ ପ୍ରତିବାଦ କରିଛନ୍ତି।

ଆମ୍ବ ଗଛ ମୂଳେ ବସି ପ୍ରତିବାଦ କଲେ ପରୀକ୍ଷାରୁ ଛାତ୍ରଛାତ୍ରୀ ବଞ୍ଚିତ ହୋଇଛନ୍ତି। ବ୍ରହ୍ମପୁରା ସ୍ଥିତ ଏକ ସ୍କୁଲ୍‌ରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ।

ପୂର୍ବତନ ମେୟରଙ୍କ କାର୍‌କୁ ବୋମାମାଡ଼ କଲେ ୨ ଦୁର୍ବୃତ୍ତ

ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାଶଙ୍କ ଗାଡ଼ିକୁ ବୋମାମାଡ଼ ହୋଇଛି।

ଗୋଷାଣି ନୂଆଗାଁ ବଡ଼ସାହି ମଠ ମନ୍ଦିର ନିକଟରେ ହୋଇଥିବା ବୋମାମାଡ଼ରେ କାର୍‌ କାଚ ଭାଙ୍ଗି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ମେୟର।

ବ୍ରହ୍ମପୁର ଏସପି ଅଫିସ ଆଗରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଆତ୍ମହତ୍ୟା ଉଦ୍ୟମ ବେଳେ ଯୁବକଙ୍କୁ କାବୁ କରିବା ସହ କିରୋସିନ୍ ବୋତଲ ଜବତ କରିଛି ପୁଲିସ।

ଏହାପରେ ବୈଦନାଥପୁର ଥାନାରେ ଯୁବକଙ୍କୁ ଅଟକ ରଖିଛି ପୁଲିସ।ଯୁବକଙ୍କ ପରିଚୟ ମିଳିନ ଥିବାବେଳେ ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ରହିଛି।

ପ୍ରେମିକ ଘର ଆଗରେ ପୁଣି ଦୀପିକାଙ୍କ ଧାରଣା

ବ୍ରହ୍ମପୁର ବଡ଼ ବଜାର ଦେଶୀବେହେରା ସାହିରେ ପ୍ରେମିକ ଘର ଆଗରେ ଆଜି ଧାରଣା ଦେବା ବେଳେ ପ୍ରେମିକର ମାଆ ଲଙ୍କା ଗୁଣ୍ଡ ଫିଙ୍ଗିବା ଅଭିଯୋଗ କରିଛନ୍ତି ଦୀପିକା।

ଲଙ୍କା ଗୁଣ୍ଡ ସହ ପାଣି ଫିଙ୍ଗିବା ନେଇ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଦୀପିକା।ଗତ ବର୍ଷ ମଧ୍ୟ ହକ୍‌ ପାଇଁ ଦୀପିକା ଦୀର୍ଘଦିନ ଧାରଣା ଦେଇଥିଲେ।

ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍

୧୯୯୮ ମସିହାରେ ପୋଲିସ ଆର୍‌ଆଇ ହତ୍ୟା ମାମଲାରେ ଆଜୀବନ ଜେଲ୍‌ ଦେଲେ ଏଡିଜେ-୩ କୋର୍ଟ।

ନାରାୟଣଙ୍କ ସହ ମୋଟ ୧୩ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ମିଳିଛି। ୧୯୯୮ରେ ସିନ୍ଧି ଗାଁରେ ଏକ ମିଟିଂ ବେଳେ ମାରପିଟ୍‌ରେ ଆର୍‌ଆଇ ବିନୋଦ ମେହେରଙ୍କ ମୃତ୍ୟୁ ଘଟିଥିଲା। ଘଟଣାରେ ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ନାଁରେ ମାମଲା ହୋଇଥିଲା।

ବିଭିନ୍ନ ଡାଇଗ୍ନୋଷ୍ଟିକ୍ ଓ କ୍ଲିନିକ୍‌ରେ ପୁଲିସର ଚଢ଼ାଉ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଡେଙ୍ଗାଉସ୍ତାରୁ ନକଲି ଡାକ୍ତର ଧରାପଡ଼ିବା ପରେ ଚଢ଼ାଉ ହୋଇଛି।

ଚଢାଉ ବେଳେ ତଦସିଲଦାର ଓ ମେଡିକାଲ ଅଧିକାରୀ ଉପସ୍ଥିତ ଅଛନ୍ତି।

ବ୍ରହ୍ମପୁର ଷ୍ଟେସନ ନିକଟରେ ଟ୍ରେନ୍‌ରୁ ବାହାରିଲା ଧୂଆଁ

ଦିବ୍ରୁଗଡ଼-କନ୍ୟାକୁମାରୀ ବିବେକ ଏକ୍ସପ୍ରେସ୍‌ରୁ ଧୂଆଁ ବାହାରିଛି।

ଟ୍ରେନ୍‌ର ଚକା ଜାମ୍‌ ଯୋଗୁ ଧୂଆଁ ବହାରିବାରୁ ଯାତ୍ରୀ ଛାନିଆ ହୋଇଯାଇଥିଲେ।

Nuakhai wishes