ଅତାବିରା ଥାନା ଏରିଆରେ ପୁଲିସର ପ୍ଲାଗ୍ ମାର୍ଚ୍ଚ

ଶନିବାର ସନ୍ଧ୍ୟା ୭ଟାରେ ଚଳିତ ସାଧାରଣ ନିର୍ବାଚନ ୨୦୨୪ କୁ ଦୃଷ୍ଟିରେ ରଖି ଆଇନ ଅନୁଯାୟୀ ଆଚରଣ ବିଧି ଲାଗୁ ହେବା ପରେ ସାଧାରଣ ଜନତାଙ୍କ ସହ ପୁଲିସ ରହିଛି ବୋଲି ସୂଚନା ଦେବା ସହ ନିର୍ବାଚନକୁ ଶୃଙ୍ଖଳିତ ଭାବେ ପରିଚାଳିତ କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହାଇ ମିନାଙ୍କ ନିର୍ଦ୍ଧେଶ କ୍ରମେ ଅତାବିରା ଥାନା ଅଧିନ ଲାଦରପାଲି, ରେଂଗାଲିପାଲି ଏରିଆରେ ପୁଲିସ ଫ୍ଲାଗ ମାର୍ଚ୍ଚ ଅନୁଷ୍ଟିତ ହୋଇଯାଇଛି ।

ଆମ ଆଦମୀ ପାର୍ଟି ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର

ବରଗଡ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଅଧିନ ଲହଣ୍ଡା ଓ ସିଲାଟ ପଞ୍ଚାୟତ ଅଞ୍ଚଳରେ ଅତାବିରା ନିର୍ବାଚନ ମଣ୍ଡଳୀରେ ଆମ ଆଦମୀ ପାର୍ଟିର ବିଧାୟକ ପ୍ରାର୍ଥୀ ଜୟକ୍ରିଷ୍ନା ଛୁରିଆ ତାଙ୍କ ସମର୍ଥକ ସହ ଭୋଟ ପ୍ରଚାର କରୁଛନ୍ତି।

ତାତି ଯେତେ ବଢୁଛି ନିର୍ବାଚନ ପ୍ରଚାର ସେତେ ବଢୁଛି। ଖରା ତାତିକୁ ଖାତିର ନ କରି ଦିନ ରାତି ଏକାକର କରି ଭୋଟ ପ୍ରଚାର କରୁଛନ୍ତି।

ଚେକିଂ ବେଳେ ବାଇକରୁ ୬ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ

ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଡଭା ଛକରେ ଚେକିଂ ବେଳେ ବାଇକ୍‌ରୁ ୬ ଲକ୍ଷ ୫୨ ହଜାର ୮୦୦ ଟଙ୍କା ଜବତ କରିଛି ପୁଲିସ।

ବାଇକ୍‌ ଆରୋହୀଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୁଲିସ।

ବରତଲପଡାରେ ପୋତାଗଲା ବିଦ୍ୟୁତ ଖୁଣ୍ଟ

ଗୁରୁବାର ଅପରାହ୍ନ ୩ଟା ସମୟରେ ବରଗଡ ଜିଲ୍ଲା ଅତାବିରା ବ୍ଲକ ଅଧିନ ହିର୍ଲିପାଲି ପଞ୍ଚାୟତ ବାଗବାହାଲ ବରତଲପଡାରେ ହିର୍ଲିପାଲି ପଞ୍ଚାୟତର ସମିତି ସଭ୍ଯ ବିଦ୍ୟାଧର ପଧାନଙ୍କ ପୂର୍ଣ୍ଣ ସହଯୋଗରେ ବିଦ୍ୟୁତ ଖୁଣ୍ଟ ପୋତାଯାଇଛି ।

ଭେଡେନ ଥାନା ଅଞ୍ଚଳରେ ପୁଲିସର ପ୍ଲାଗ୍ ମାର୍ଚ୍ଚ

ଆଜି ବୁଧବାର ଦିନ ଚଳିତ ସାଧାରଣ ନିର୍ବାଚନ ୨୦୨୪ କୁ ଦୃଷ୍ଟିରେ ରଖି ଆଇନ ଅନୁଯାୟୀ ଆଚରଣ ବିଧି ଲାଗୁ ହେବା ପରେ ସାଧାରଣ ଜନତାଙ୍କ ସହ ପୋଲିସ ରହିଛି ବୋଲି ସୂଚନା ଦେବା ସହ ନିର୍ବାଚନକୂ ଶୃଙ୍ଖଳିତ ଭାବେ ପରିଚାଳିତ କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହାଇ ମିନାଙ୍କ ନିର୍ଦ୍ଧେଶ କ୍ରମେ ଭେଡେନ ଥାନା ଅଧିନ ଉଦେପୁର, ବାନିପାଲୀ, ଋଷୁଡା ,ଡାଳବ ଏରିଆରେ ପୋଲିସର ଫ୍ଲାଗ ମାର୍ଚ୍ଚ ଅନୁଷ୍ଟିତ ହୋଇଯାଇଛି।

ସୂଚନା ଫଳକରେ ରହିଛି ଦଳୀୟ ଚିହ୍ନ

ବରଗଡ ଜିଲ୍ଲା ଅତାବିରା ବ୍ଲକ ଅଧିନ ମନାପଡା ପଞ୍ଚାୟତ ଅଧିନ ଲୁରୁପାଲି ଗ୍ରାମର କୁଲିତାପଡାରେ ନିର୍ମାଣ କରାଯାଉଥିବା କଲ୍ୟାଣ ମଣ୍ଡପ ସ୍ଥାନରେ ଲାଗିଥିବା ଆମ ଓଡ଼ିଆ ନବୀନ ଓଡ଼ିଶା ସୂଚନା ଫଳକରେ ଦଳୀୟ ଚିହ୍ନ ଲାଗିଥିବା ଆଜି ମଧ୍ଯାହ୍ନ ୧୨ଟା ସମୟରେ ଦେଖିବାକୁ ମିଳିଛି।

ଗତ ମାର୍ଚ୍ଚ ୧୬ ତାରିଖରେ ଆଚରଣ ବିଧି ଲାଗୁ ହେବା ପରେ ମଧ୍ଯ ଏ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଥିବା ସରକାରୀ ପୋଷ୍ଟର ହଟାଯାଇ ନାହିଁ ବୋଲି ସ୍ଥାନୀୟ ଲୋକ କହିଛନ୍ତି।

ବିଜେପିରେ ଯୋଗଦେଲେ ପୂର୍ବତନ ସାଂସଦ ପ୍ରଭାସ ସିଂହ

ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂହ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି।

ନିକଟରେ ସେ ବିଜେଡି ଛାଡ଼ିଥିଲେ।

କବି ଧର୍ମରାଜ ପ୍ରଧାନ କବିରତ୍ନ ସମ୍ମାନ ପାଇଲେ

ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପ୍ରକୃତିବନ୍ଦୁ ଶିକ୍ଷକ ଧର୍ମରାଜ ପ୍ରଧାନଙ୍କୁ ଓଡିଶା ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଅଭିପ୍ସାର ୨୭ତମ ପ୍ରତିଷ୍ଠା ଉତ୍ସବରେ କବିରତ୍ନ ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ସମ୍ମାନୀତ ହେବା ସମୟରେ ଅଭିପ୍ସାର ସଭାପତି ଶ୍ରୀମତୀ ମାନସୀ ଦାସ, ସମ୍ପାଦକ ସଂଗ୍ରାମ କେଶରୀ ନାୟକ ପ୍ରମୁଖ ସାମିଲ ଥିଲେ।

ହନୁଆପାଟ ପୀଠରେ ଆଚରଣ ସଂହିତା ଉଲ୍ଲଂଘନ

ବରଗଡ ଜିଲ୍ଲା ଅତାବିରା ବ୍ଲକ ଅଧିନ ଗୋଡଭଗା ପଞ୍ଚାୟତ ହନୁଆପାଟ ଦେବୀ ପୀଠ ସ୍ଥାନରେ ଲାଗିଥିବା ଆମ ଓଡ଼ିଆ ନବୀନ ଓଡ଼ିଶା ସୂଚନା ଫଳକରେ ଦଳୀୟ ଚିହ୍ନ ଲାଗିଥିବା ଆଜି ରବିବାର ମଧ୍ଯାହ୍ନ ୧୨ଟା ସମୟରେ ଦେଖିବାକୁ ମିଳିଛି।
ଗତ ମାର୍ଚ୍ଚ ୧୬ ତାରିଖରେ ଆଚରଣ ବିଧି ଲାଗୁ ହେବା ପରେ ମଧ୍ଯ ଏ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଥିବା ସରକାରୀ ପୋଷ୍ଟର ହଟାଯାଇ ନାହିଁ। ଆଗକୁ ଦେଖିବାର ଅଛି ପ୍ରଶାସନ ଏଥି ପ୍ରତି କେବେ ଦୁଷ୍ଟି ଦେଉଛି।

ଜାମଟିକ୍ରା ଗ୍ରାମରେ ନଳକୂପ ଅଛି, ହେଲେ ମିଳୁନି ବିଶୁଦ୍ଧ ପାନୀୟ ଜଳ

ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅଧିନ ବୁଗବୁଗା ପଞ୍ଚାୟତ ଜାମଟିକ୍ରା ଗଉଡପଡାରେ ବିଶୁଦ୍ଧ ପାନୀୟ ଜଳ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଉକ୍ତ ପଡାରେ ୨ଟି ନଳକୂପ ଅଛି।

ଏବେ ଏହି ୨ ନଳକୂପରେ ଗୋଳିଆ ପାଣି ବାହାରୁଛି ଯାହା କି ପିଇବା ପାଇଁ କି ରୋଷେଇ ପାଇଁ ବ୍ଯବହାର କରିବା ଲୋକେମାନେ ସୁରକ୍ଷିତ ମଣୁ ନାହାଁନ୍ତି। ନଳ କୂପ ମରାମତି ପାଇଁ ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ଯ କିଛି ସୁଫଳ ମିଳୁନାହିଁ କହିଛନ୍ତି ଲୋକେ।

Nuakhai wishes