ଆକୃଷ୍ଟ କରୁଛି ଦଶପଲ୍ଲା କାଷ୍ଠ ରାବଣ

ଆସନ୍ତା ୧୯ତାରିଖ ହେବାକୁଥିବା ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ଶ୍ରୀ ରଘୁନାଥ ଜୀଉଙ୍କ ୧୮୦୨ମସିହାରୁ ପ୍ରଚଳିତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ମୁଖ୍ୟ ଆକର୍ଷଣ ୩୫ଫୁଟର ଚଳମାନ କାଷ୍ଠ ନିର୍ମିତ ରାବଣ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ପରେ କୁଞ୍ଜବନଗଡ଼ର ରାଜଦାଣ୍ଡରେ ରାଜକୀୟ ପୋଷାକରେ ସୁସଜ୍ଜିତ ହୋଇ ଦଶଭୂଜାର ବିଭିନ୍ନ ଅସ୍ତ୍ରକୁ ଧାରଣ କରାଯାଇଛି ।

ଅନୁରୂପ ଭାବେ ୩୮ଫୁଟର ଲମ୍ବର କାଣ୍ଡଦଣ୍ଡ ସାହାଯ୍ୟରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ରଥ ପୁଷ୍ପକ ବିମାନ ମଧ୍ୟ ସଜ୍ଜିତ ହୋଇ ଗଡ଼ଦାଣ୍ଡରେ ଶୋଭା ଯାଉଛି ।ପ୍ରବର ପରାକ୍ରମି ରାବଣ ସହିତ ରାମଚନ୍ଦ୍ରଙ୍କ ଯୁଦ୍ଧ ସହିତ ଲଙ୍କାପୋଡି ହେବ।

ଘଡ଼ଘଡି, କୁଆପଥର, ବଜ୍ରପାତ ସହ ବର୍ଷା ସମ୍ଭାବନା

ନୟାଗଡ଼ ଜିଲ୍ଲାର ଓଡ଼ଗାଁ, ନୟାଗଡ଼ ଓ ନୂଆଗାଁ ବ୍ଲକ ଅଞ୍ଚଳରେ ଘଡ଼ଘଡ଼ି, କୁଆପଥର ସହ ଆଜି ଅପରାହ୍ନ ୪ଟା ୧୧ ସୁଦ୍ଧା ବଜ୍ରପାତ ଓ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ ସତର୍କତା ଜାରି କରିଛନ୍ତି ।

ନୟାଗଡ଼ ଦଶପଲ୍ଲାରେ ମୃଦୁ ଭୂମିକମ୍ପ

ଆଜି ପୂର୍ବାହ୍ନ ୧୧ଟା ୨୦ ମିନିଟରେ ୫ ସେକେଣ୍ଡ ଲେଖାଏଁ ଦୁଇ ଥର ଭୂମିକମ୍ପ ଅନୁଭବ ହୋଇଥିବା ସୂଚନା ମିଳିଛି ।

ଲୋକେ ଭୟରେ ଘର ଛାଡି ପଦାକୁ ବାହାରି ଆସିଥିଲେ।

ନୀଳମାଧବ ମନ୍ଦିର ପରିଦର୍ଶନରେ ୫ଟି ସଚିବ

୫ଟି ସଚିବ ଆଜି ସକାଳେ ନୟାଗଡ ନୀଳମାଧବ ମନ୍ଦିର ପରିଦର୍ଶନ କରି ମନ୍ଦିର ଉନ୍ନତିକରଣ ନେଇ ସମୀକ୍ଷା କରିଛନ୍ତି।

୫ଟି ସଚିବଙ୍କ ସହିତ ଅଛନ୍ତି ନୟାଗଡ ଜିଲ୍ଲାପାଳ।

ଦଣ୍ଡ ଯାତ୍ରା ବେଳେ ଦୁଇ ଗାଁ ମୁହାଁମୁହିଁ, ଜଣେ ମୃତ

ନୟାଗଡ ଜିଲ୍ଲାରେ ଦଣ୍ଡଯାତ୍ରା ଅବସରରେ ଗତକାଲି ଦେଉଳପାଲି ଏବଂ ଦୁର୍ଗାପ୍ରସାଦ ଗ୍ରାମର ଲୋକେ ମୁହାଁମୁହିଁ ହୋଇଛନ୍ତି l ଗଣ୍ଡଗୋଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଲିସ ମୁତୟନ କରାଯାଇଛି l

Nuakhai wishes