କନ୍ଧମାଳରେ କେନ୍ଦ୍ର ମନ୍ତ୍ରୀ ସୁବାଷ ସରକାର

କେନ୍ଦ୍ର ମନ୍ତ୍ରୀ ସୁବାଷ ସରକାର କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ଆଜି ଫୁଲବାଣୀରେ ଆକାଂକ୍ଷୀ ଜିଲ୍ଲା ଉନ୍ନୟନର ସମୀକ୍ଷା କରିଛନ୍ତି l

ସାଲୁଙ୍କୀ ନଦୀରେ ବୁଡିଗଲେ ଭାଇଭଉଣୀ

କନ୍ଧମାଳ ଜିଲ୍ଲାର ଟିକାବାଲି ଅଞ୍ଚଳରେ ସାଲୁଙ୍କୀ ନଦୀରେ ଆଜି ଗାଧୋଇବା ବେଳେ ଭାଇ ଭଉଣୀ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି l

ସେମାନଙ୍କ ଘର ଟିକାବାଲି ଥାନା ଅନ୍ତର୍ଗତ ଛତିଝର ଗ୍ରାମରେ ଏବଂ ଭାଇଭଉଣୀଙ୍କ ବୟସ 5 ବର୍ଷ ଓ 4 ବର୍ଷ l

ସ୍ୱାମୀ ଆକ୍ରମଣରେ ପତ୍ନୀ ଗୁରୁତର

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଞ୍ଚଳରେ ଆଜି ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ବ୍ୟକ୍ତିର ଆକ୍ରମଣରେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି l

ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ କରୁଛି l

Nuakhai wishes