ସାଲୁଗା ପ୍ରଧାନ ବିଧାନସଭା ଉପବାଚସ୍ପତି ପ୍ରାର୍ଥୀ

ଜି ଉଦୟଗିରିର ବିଜେଡି ବିଧାୟକ ସାଲୁଗା ପ୍ରଧାନ ଉପବାଚସ୍ପତି ପ୍ରାର୍ଥୀ ନେଇ ନାମାଙ୍କନ ଦାଖଲ କରିଛନ୍ତି।

୨୦୦୦ରୁ ୨୦୦୪ ଓ ୨୦୧୯ରେ ବିଧାୟକ ନିର୍ବାଚିତ ହୋଇଛନ୍ତି।

ରେଳ ସଂଯୋଗ ଦାବିରେ କନ୍ଧମାଳ ବନ୍ଦ

ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।

ଫୁଲବାଣୀ ମାଦିକୁନ୍ଦା ଛକରେ କର୍ମକର୍ତ୍ତାଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି। ବନ୍ଦ ପାଳନ ଯୋଗୁଁ ବସ୍‌ ଚଳାଚଳ ପ୍ରଭାବିତ ହେଉଛି।

ବୋଲେରୋ ଧକ୍କାରେ ବାପା ମୃତ, ପୁଅ ଗୁରୁତର

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ତେଲିମୁଣ୍ଡା ଛକରେ ଉଭୟ ବସ୍‌କୁ ଅପେକ୍ଷା କରିଥିବା ବେଳେ ଦ୍ରୁତ ଗତିରେ ଆସି ଚଢ଼ିଗଲା ବୋଲେରୋ।

ବୋଲେରୋ ଧକ୍କାରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଅଛି।

ବସ୍‌ ଚଲାଉଥିବା ବେଳେ ଡ୍ରାଇଭରଙ୍କ ମୃତ୍ୟୁ

କନ୍ଧମାଳ ଜିଲ୍ଲା ପାବୁରିଆ-ଜି.ଉଦୟଗିରି ରାସ୍ତାରେ ବସ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି।

ଭୁବନେଶ୍ୱର ଆସିବା ବେଳେ ଡ୍ରାଇଭରଙ୍କୁ ହୃଦ୍‌ଘାତ ହୋଇଥିଲା।ଭାରସାମ୍ୟ ହରାଇ ବସ୍‌ଟି ପୋଲରେ ପିଟି ହୋଇ ରହିଯାଇଥିଲା। ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ। ମେଡିକାଲରେ ଡ୍ରାଇଭରଙ୍କୁ ମୃତ୍ୟୁ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର।

ଗତ ୨୪ ଘଣ୍ଟାରେ ଜି. ଉଦୟଗିରି ସବୁଠୁ ଥଣ୍ଡା ଅଞ୍ଚଳ

ଜି. ଉଦୟଗିରିରେ ଗତ ୨୪ ଘଣ୍ଟାରେ ୧୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

କୋରାପୁଟ ୧୩.୮, କିରେଇ ୧୪, ଦାରିଙ୍ଗବାଡ଼ି ୧୪.୫ ଡିଗ୍ରୀ ରେକର୍ଡ ହୋଇଛି।

୪ ବର୍ଷର ଝିଅକୁ ହତ୍ୟା ଅଭିଯୋଗରେ ମାଆ ଅଟକ

କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଗୁଟିଙ୍ଗିଆ ଗାଁରେ ଏହି ଘଟଣା ଘଟିଛି।ଜଙ୍ଗଲରୁ ମୃତଦେହ ଜବତ ସହ ମାଆକୁ ଅଟକ ରଖିଛି ପୁଲିସ।

ପାରିବାରିକ କଳହରୁ ସ୍ୱାମୀ ଠାରୁ ଅଲଗା ରହୁଥିଲେ ମହିଳା। କିଛି ଦିନ ହେବ ମାଆ ଝିଅଙ୍କ କୌଣସି ପତ୍ତା ମିଳୁ ନ ଥିଲା। ମହିଳାଙ୍କୁ ପରିବାର ଠାବ କରିବା ପରେ ପୁଲିସକୁ କହିଥିଲେ। ହତ୍ୟାର କାରଣ ଅସ୍ପଷ୍ଟ ରହିଛି।

ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ

କନ୍ଧମାଳ ଜିଲ୍ଲା ବାଲିଗୁଡା ପାଟଖଣ୍ଡା ସାହିରେ ଥିବା ଏକ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି।

ଲକ୍ଷାଧିକ ଟଙ୍କାର ଚକୋଲେଟ୍‌ ଓ ବିସ୍କୁଟ ଜଳିଯାଇଛି। ସର୍ଟ ସର୍କିଟ୍‌ରୁ ଗୋଦାମରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।

ମାକୁ ମାରି ପୋଡ଼ି ଦେଲା ପୁଅ

କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ବଡ଼ିମୁଣ୍ଡା ଖଜୁରୀସାହିରେ ମା’କୁ ମାରି ପୋଡି ଦେବା ଘଟଣାରେ ପୁଲିସ ଆଗରେ ଦୋଷ ସ୍ୱୀକାର କଲା ପୁଅ।

ଟଙ୍କା ନଦେବାରୁ ମାରି ପୋଡି ଦେଇଥିବା ପୁଲିସ ଆଗରେ କହିଲା ପୁଅ।

Nuakhai wishes