ବୁଧବାର ୪ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ବନକଲାଗି ନୀତି ପାଇଁ କାଲି ସନ୍ଧ୍ୟା ୬ରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ।

ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ଦର୍ଶନ ବନ୍ଦ ରହିବ ନେଇ ସୂଚନା ମିଳିଛି।

ଆଜି ମା’ଙ୍କ ରାଜରାଜେଶ୍ୱରୀ ବେଶ

ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାରରେ ଚଳଚଞ୍ଚଳ ହୋଇପଡିଛି ମାଆଙ୍କ ପୀଠ।

କାକଟପୁର ମାଆ ମଙ୍ଗଳା ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ।

ଆଜି ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ସୁନାବେଶ

ଚାପରେ ମଧୁସୂଦନ ଓ ରଥରେ ବାମନ ରୂପରେ ଦର୍ଶନ ଦେବେ ମହାପ୍ରଭୁ।

ଶୃଙ୍ଖଳିତ ନୀତିକାନ୍ତି ଓ ଦର୍ଶନ ପାଇଁ ପ୍ରଶାସନ ବ୍ୟବସ୍ଥା କରିଛି।

ଶ୍ରୀମନ୍ଦିରରେ ବିଦେଶିନୀ ଭକ୍ତ ପ୍ରବେଶ କରିଥିବା ଅଭିଯୋଗ

ବାଇଶି ପାହାଚ ନିକଟରେ ୨ ବିଦେଶୀ ଭକ୍ତଙ୍କୁ ଅଟକାଇଲେ ସେବାୟତ।

ଉଭୟଙ୍କୁ ସିଂହଦ୍ବାର ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି।

ବ୍ୟାଙ୍କରେ ଜମା ହେଲା ଶ୍ରୀମନ୍ଦିରର ୩୯ କୋଟି ୨୧ ଲକ୍ଷ ଟଙ୍କା

୭.୮୦% ସୁଧ ହାରରେ ୩୬ କୋଟି ୩ ଲକ୍ଷ ଟଙ୍କା କାନାରା ବ୍ୟାଙ୍କରେ ଜମା ହୋଇଛି।

୩ କୋଟି ୧୮ ଲକ୍ଷକୁ ୭.୫୫% ସୁଧ ହାରରେ ନେଲା ବ୍ୟାଙ୍କ ଅଫ ବରୋଦା।

ରିପୋର୍ଟ ଷ୍ଟାଟସ୍‌ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ଷ୍ଟାଟସ୍‌ ଦାଖଲ ପାଇଁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।

ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ୩ ସପ୍ତାହ ସମୟ ନେଲେ ରାଜ୍ୟ ସରକାର। ୩ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଚାବି ହଜିବା ନେଇ ଗଠନ ହୋଇଥିଲା କମିଶନ।

ଆଜି ୩ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ ସନ୍ଧ୍ୟା ୬ରୁ ରାତି ୯ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ।

ଦ୍ବିତୀୟ ଭୋଗମଣ୍ଡପ ପରେ ଆରମ୍ଭ ହେବ ନୀତିକାନ୍ତି।

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଏକ ଡ୍ରୋନ୍

ବାଲିହରଚଣ୍ଡି ମୁହାଣରେ ମାଛ ମାରିବା ବେଳେ ଜାଲରେ ଲାଗିଲା ଡ୍ରୋନ୍।

ଡ୍ରୋନ୍‌ଟିକୁ ସମୁଦ୍ର ଭିତରୁ ପେଣ୍ଠକଣ୍ଟାକୁ ଆଣିଛନ୍ତି ମତ୍ସ୍ୟଜୀବୀ।

ବଡ଼ଦେଉଳ ଦକ୍ଷିଣ-ପଶ୍ଚିମ ପଟ ମନ୍ଦିରରୁ ଖସିଲା ପଥର

ବିମଳା ମନ୍ଦିର ନିକଟ ବରାହ ମନ୍ଦିର ପାଖ ମୁଖ୍ୟ ମନ୍ଦିରରୁ ପଥର ଖସିଲା।

ପଥର ଖସି ଏକାଦଶୀ ମନ୍ଦିରର ଟିଣ ଛାତ କଣା ହୋଇଥିବା ସୂଚନା ମିଳିଛି। ଏଏସଆଇ ପକ୍ଷରୁ ଦକ୍ଷିଣ ଘର ପଛପଟୁ ଅନେକ ପଥର ପରିବର୍ତ୍ତନ କରାଯାଇଥିଲା।

ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ନେଇ ସିଂହଦ୍ବାର ଥାନାରେ ଏତଲା

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଥିବା ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ପ୍ରଦୀପ ସାହୁ ସୂଚନା ଦେଇଛନ୍ତି।

ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଇ ଏତଲାରେ ଜଣାଇଲେ।

Nuakhai wishes