ନାଲକୋକୁ ରେଳ ରେକ ଯୋଗାଇଦେବାକୁ ରେଳବାଇକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପରିବହନ ଜନିତ ସମସ୍ୟା ଯୋଗୁଁ ନାଲକୋରେ କୋଇଲା ସଙ୍କଟ ଦେଖା ଦେଇଥିବା ନେଇ ହୋଇଥିବା ଏକ ମାମଲାର ଶୁଣାଣି କରି ଆଜି ହାଇକୋର୍ଟ ତୁରନ୍ତ ଦୈନିକ ନାଲକୋକୁ ଚାରୋଟି ଲେଖାଏଁ ରେଳ ରେକ ଯୋଗାଇଦେବାକୁ ରେଳବାଇକୁ ନିର୍ଦ୍ଦେଶ ଦେଇଛନ୍ତି l

ଏହି ଚାରୋଟି ରେକରେ ଦୈନିକ ଭରତପୁର ମାଇନ୍ସରୁ ନାଲକୋର ଅନୁଗୁଳ ପ୍ଲାଣ୍ଟକୁ କୋଇଲା ପରିବହନ ହେବ l

ଜୁନ ୧୨ରେ ବାରବାଟୀରେ ଭାରତ -ଦକ୍ଷିଣ ଆଫ୍ରିକା ଟି -ଟ୍ୱେଣ୍ଟି ମ୍ୟାଚ

ଆସନ୍ତା ଜୁନ 12 ତାରିଖରେ ବାରବାଟୀ ଷ୍ଟାଡିଅମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟ୍ୱେଣ୍ଟି -ଟ୍ୱେଣ୍ଟି ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆଜି ଓସିଏ ପକ୍ଷରୁ କୁହାଯାଇଛି l

ବସ ଗୁଡିକରୁ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ହର୍ଣ୍ଣ କାଢିଲା ପୁଲିସ

ଆଜି କଟକର ଓଏମପି ଛକରେ ପୁଲିସ ବହୁ ସଂଖ୍ୟକ ବସକୁ ଅଟକାଇ ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ହର୍ଣ୍ଣ ଗୁଡିକୁ ଜବତ କରିଛି l

91 ଟି ହର୍ଣ୍ଣ ଜବତ ହୋଇଥିବା ବେଳେ 20 ଟି ବସକୁ ଜରିମାନା କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି l

ସାତ ଦିନରେ ଚଣ୍ଡୀ ମନ୍ଦିର ବିକାଶର ମାଷ୍ଟର ପ୍ଲାନ ହେବ : 5 ଟି ସଚିବ

ଆଜି ସକାଳେ 5 -ଟି ସଚିବ ଭି କେ ପାଣ୍ଡିଆନ କଟକ ଚଣ୍ଡୀ ମନ୍ଦିର ଗସ୍ତ କରି ମନ୍ଦିର କମିଟି ଓ ସ୍ଥାନୀୟ ପ୍ରଶାସନ ଓ ବିଭିନ୍ନ ଲୋକଙ୍କ ସହ ଆଲୋଚନା କରିଛନ୍ତି l

ମନ୍ଦିରର ଉନ୍ନତିକରଣ ଓ ଅନ୍ୟାନ୍ୟ ବିକାଶ କାର୍ଯ୍ୟ ପାଇଁ ଆସନ୍ତା ସାତ ଦିନ ମଧ୍ୟରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ ବୋଲି ସେ ଏହି ଅବସରରେ ପ୍ରତିଶ୍ରୁତି ଦେଇଛନ୍ତି l

ଏସସିବିରୁ ବାଇକ ଚୋରି କରୁଥିବା ସିକ୍ୟୁରିଟି ଗାର୍ଡ ଗିରଫ

ଏସସିବି ମେଡିକାଲ ପରିସରରୁ ନିୟମିତ ବାଇକ ଚୋରି କରୁଥିବା ଏକ ରାକେଟର ମାଷ୍ଟରମାଇଣ୍ଡ ତଥା ପୂର୍ବରୁ ଏଠାରେ ସିକ୍ୟୁରିଟି ଗାର୍ଡ ଥିବା ଜଣେ ବ୍ୟକ୍ତି ସହ ତାଲା ଚାବି ତିଆରି କରୁଥିବା ଦୁଇଜଣ ମେକାନିକ ଗିରଫ ହୋଇଥିବା ପୁଲିସ କହିଛି l

ସେମାନଙ୍କ ଠାରୁ ଆଠଟି ଚୋରା ବାଇକ ମଧ୍ୟ ଜବତ କରାଯାଇଛି l

କଟକ ଚଣ୍ଡୀ ମନ୍ଦିରରେ ମା’ଙ୍କ ଦର୍ଶନ କଲେ ୫ଟି ସଚିବ

ଆଜି ସକାଳେ 5ଟି ସଚିବ ଭି.କେ ପାଣ୍ଡିଆନ କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କରି ମା’ଙ୍କ ଦର୍ଶନ କରିବା ସହ ମନ୍ଦିର ପ୍ରକଳ୍ପର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଏହି ସମୟରେ କଟକ ଜିଲ୍ଲାପାଳ, ସିଏମସି କମିଶନର ଓ କଟକ ଡିସିପି ଉପସ୍ଥିତ ଥିଲେ।

ବଦଳିବ ଧବଳେଶ୍ବର ରୂପରେଖ

କଟକ ଜିଲ୍ଲା ଧବଳେଶ୍ବର ଶୈବ ପୀଠର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ମନ୍ଦିର ଚତୁପାର୍ଶ୍ୱ ସୌନ୍ଦର୍ଯ୍ୟ କରାଯିବା ନେଇ ଗତକାଲି ମନ୍ଦିର ପରିସରରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଉପସ୍ଥିତିରେ ଏକ ବୈଠକରେ କହିଛନ୍ତି ।

ମନ୍ଦିରକୁ ଯିବା ୪ଟି ଯାତାୟାତ ପଥ ଆଲୋକୀକରଣ ସହିତ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନିଆଯିବ ଏବଂ ମହାନଦୀ ବନ୍ୟା ଜଳରୁ ପୀଠକୁ ସୁରକ୍ଷା ଦେବାପାଇଁ ଚତୁପାର୍ଶ୍ୱ ପଥର ଛାଉଣି କରାଯିବ।

Nuakhai wishes