ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ଲ୍ୟାଣ୍ଡଫଲ କରିବ ନାହିଁ ବୋଲି ଆଇଏମଡି କହିଥିଲେ ମଧ୍ୟ ଆବଶ୍ୟକ ପଡିଲେ ଯୁଦ୍ଧକାଳୀନ ଭିତ୍ତିରେ ଉପକୂଳ ଅଂଚଳରୁ ସାଢେ ସାତ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ଆଜି ବରିଷ୍ଠ ଅଧିକାରୀ କହିଛନ୍ତି l
862 ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କରାଯାଇଥିବା ବେଳେ 6661 ଟି ଅସ୍ଥାୟୀ ଆଶ୍ରୟସ୍ଥଳ ଚିହ୍ନଟ କରାଯାଇଛି l