ଦ୍ବିତୀୟ ପର୍ଯ୍ୟାୟରେ ଆଜିଠୁ ମେ’ ୩ ତାରିଖ ପର୍ଯ୍ୟନ୍ତ ପରିଦର୍ଶନ ଆରମ୍ଭ ହୋଇଥିବା ବେଳେ ଆଜି ଉପର ମହାନଦୀ ମୁଖ୍ୟ ଅବବାହିକା ବୁଲି ଦେଖିବେ ଟ୍ରିବ୍ୟୁନାଲ।
ବଲ୍ଲାର ଜଳାଶୟ, କାଶଦଲ, ସିଓରିନାରାୟଣ ବ୍ୟାରେଜ ଦେଖିବେ।ଟ୍ରିବ୍ୟୁନାଲ ବିଚାରପତିଙ୍କ ସହ ଉଭୟ ରାଜ୍ୟ ଜଳ ସମ୍ପଦ ଅଧିକାରୀ ସାମିଲ ଅଛନ୍ତି। ପରିଦର୍ଶନରେ ହୀରାକୁଦ ଡ୍ୟାମ୍ର ମୁଖ୍ୟ ଯନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି। ଗତ ୧୮ରୁ ୨୨ ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ମଧ୍ୟ ହୋଇଥିଲା।