କେନ୍ଦୁଝର ଜିଲ୍ଲା ଗ୍ରାମରେ ଆସିଥିବା ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜରଙ୍କୁ କେନ୍ଦୁଝର ଯୁବ ପରିଷଦର ଆବାହକ ବରଦା ଦାସଙ୍କ ନେତୃତ୍ବରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଜିଲାଦେଇ ଭୁବନେଶ୍ୱରରୁ ଦିଲ୍ଲୀକୁ ଟ୍ରେନ ଚଳାଚଳ, ଖଡଗ ପୁରରୁ ଯାଜପୁର -କେନ୍ଦୁଝରଗଡକୁ ଆସୁଥିବା ଟ୍ରେନକୁ କେନ୍ଦୁଝର ପର୍ଯ୍ୟନ୍ତ ସମ୍ପ୍ରସାରଣ, ବିଶାଖାପାଟଣା-ଟାଟା ଟ୍ରେନକୁ ଦୈନିକ ଚଳାଇବା, କେନ୍ଦୁଝରରୁ ପାରାଦ୍ଵୀପକୁ ଯାତ୍ରୀବାହି ରେଳ ଚଳାଚଳ, ଖଡ଼ଗପୁର ରୁ ବଡ଼ବିଲ ଜନଶତାବ୍ଦୀ ଟ୍ରେନକୁ କେନ୍ଦୁଝର ପର୍ଯ୍ୟନ୍ତ ସମ୍ପ୍ରସାରଣ, ପୁରୀ – ବଡ଼ବିଲ ଟ୍ରେନରେ ଅଧିକ କୋଚ ଯୋଡିବା ଆଦି ଦାବି କରିଛନ୍ତି।