ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଅଚାନକ ବାଲେଶ୍ଵରର ମହାବୀର ନୋଡାଲ ୟୁପି ସ୍କୁଲ ପରିଦର୍ଶନ କରିବା ବେଳେ ତୃତୀୟ ଶ୍ରେଣୀ ପିଲା ପଣକିଆ କହି ନ ପାରିବାରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିଛନ୍ତି।
ଦରମା ବନ୍ଦ କରିବା ସହ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ମନ୍ତ୍ରୀ। ୧୫ ଦିନ ଭିତରେ ନୋଟିସ୍ର ଉତ୍ତର ଦେବାକୁ ନିର୍ଦ୍ଦେଶ ରହିଛି। ମନ୍ତ୍ରୀ ଆଜି ବାଲେଶ୍ୱର ସହରର ୫ଟି ସ୍କୁଲ ଯାଞ୍ଚ କରିଛନ୍ତି।