୫ମ ଶ୍ରେଣୀ ଛାତ୍ରଙ୍କ ଦ୍ଵାରା ପାଇଖାନା ଭଙ୍ଗୁଥିଲେ ପ୍ରଧାନ ଶିକ୍ଷୟିତ୍ରୀ; ଛାତ ପଡ଼ି ୨ ଛାତ୍ର ଗୁରୁତର

କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟ ସରକାରୀ ଉର୍ଦ୍ଦୁମକ୍ତବ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ପରିତ୍ୟକ୍ତ ପାଇଖାନାର ଛାତ ଖସି ପଡ଼ିବାରୁ ପଞ୍ଚମ ଶ୍ରେଣୀର ୨ଛାତ୍ର ଗୁରୁତର ହୋଇ ପ୍ରଥମେ ପାଟଣା ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହୋଇଛନ୍ତି।

ଗୁରୁତର ୨ ଛାତ୍ର ହେଲେ ଟାଇଂଶିରା ଗ୍ରାମର ସନ୍ତୋଷ କାରୁଆ ଓ ରାଜା ନାଏକ। ଉଭୟ ଛାତ୍ରଙ୍କ ଅଣ୍ଟା ଓ ମୁଣ୍ଡରେ ଗଭୀର କ୍ଷତ ହୋଇଛି। ଏହାପରେ ସ୍କୁଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରଧାନଶିକ୍ଷୟିତ୍ରୀ ସୋମବାର ୨ଛାତ୍ରଙ୍କୁ ପରିତ୍ୟକ୍ତ ପାଇଖାନା ଭାଙ୍ଗିବାକୁ କହିଥିବାରୁ, ଛାତ୍ରମାନେ ଏହି କାର୍ଯ୍ୟ କରୁଥିବା ବେଳେ ପାଇଖାନା ଛାତ ଖସିପଡ଼ିଥିଲା ବୋଲି ଅବିଭାବକ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes