ହସ୍ପିଟାଲର ବିଲଡିଂରୁ ରୋଗୀଙ୍କର ଅବିଭାବକ ଖସିପଡି ଗୁରୁତର

ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ପିଆରଏମ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଲଡିଂରୁ ଜଣେ ରୋଗୀଙ୍କର ଅବିଭାବକ ଖସିପଡି ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ଝାରଖଣ୍ଡ ରାଜ୍ୟର ଘୋଡାବନ୍ଧ ଥାନା ମୁଣ୍ଢାକଟା ଗ୍ରାମର ଦୁଲା ସୋରେନ(୩୫) ତାଙ୍କ ସ୍ତ୍ରୀର ପ୍ରସୂତି ପାଇଁ ଗତକାଲି ପିଆରଏମ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସେ ତୃତୀୟ ମହଲାରେ ଫୋନ କଥା ହେଉଥିବା ବେଳେ କୌଣସି କାରଣବଶତଃ ସିଡ଼ିରୁ ଖସି ପଡ଼ିଥିଲେ। ତେବେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଅବସ୍ଥା ଗୁରୁତର ରହିଛି। ଚିକିତ୍ସାଧୀନ ଅବସ୍ଥାରେ ଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes