କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସ୍ବାମ ଛକ ହନୁମାନ ମନ୍ଦିରରେ ଗୁରୁବାର ପବିତ୍ର ହନୁମାନ ଜୟନ୍ତୀ , ବିଷୁଭସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ଅବସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି।
ପୂଜକ ଭାବେ ଅଲେଖ ଚନ୍ଦ୍ର ତ୍ରିପାଠୀ, ଜିତେନ୍ଦ୍ର ମିଶ୍ର, ଫକୀର ଦ୍ବିବେଦୀ ନୀତି କାନ୍ତିରେ ପୂଜା କରିଥିବା ବେଳେ କର୍ତ୍ତାଭାବେ ଗୋୖରୀ ରଞ୍ଜନ ମିଶ୍ର କାର୍ଯ୍ୟ କରିଥିଲେ।ମନ୍ଦିର କମିଟି ସଭାପତି ବିବେକାନନ୍ଦ ଦାଶ, ସମ୍ପାଦକ ଅଜୟ ପରିଡା, ବିରମୋହନ ଦ୍ବିବେଦୀ, ଓମ ପ୍ରକାଶ ପରିଡାଙ୍କ ସହ ଶତାଧିକ କର୍ମକର୍ତ୍ତା ପ୍ରସାଦ ଓ ପଣା ବଣ୍ଟନ କରିଥିଲେ ।