ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ଗ୍ରାମର ବାହାରି ସାହି ନିକଟରେ ଥିବା ସୋଲାର ପ୍ରକଳ୍ପ ଦୀର୍ଘ ୬ ମାସ ହେବ ଅଚଳ ଅବସ୍ଥାରେ ପଡ଼ିରହିଛି।
ଯାହାଫଳରେ ସ୍ଥାନୀୟ ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଏନେଇ କୌଣସି ଅଧିକାରୀଙ୍କ ମତାମତ ମିଳିପାରି ନାହିଁ। ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଜନସାଧାରଣ ଦାବି ହେଉଛି।