ଭୁବନେଶ୍ବର ସୈନିକ ସ୍କୁଲରେ ସିନିୟର୍ ଛାତ୍ରମାନେ ଜୁନିୟର ଛାତ୍ରଙ୍କୁ ରାଗିଂ କରିଥିବା ନେଇ ଅଭିଯୋଗ ହେବା ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସୈନିକ ସ୍କୁଲର ପ୍ରିନ୍ସିପାଲଙ୍କୁ ଚିଠି ଲେଖି ଜବାବ ମାଗିଛନ୍ତି।
ଅଭିଯୋଗ ଉପରେ କଣ ପଦକ୍ଷେପ ନିଆଯାଇଛି ଏବଂ କଣ ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେନେଇ ଜବାବ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।