‘ସିୟା ପରିବାର’ ପକ୍ଷରୁ ରକ୍ତଦାନ ଶିବିର

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ପିତାମହୁଲ ହାଇସ୍କୁଲ ଠାରେ ରବିବାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ‘ସିୟା ପରିବାର’ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପିତାମହୁଲ ସମିତି ସଭ୍ୟ ସାଇନ୍ଦୁ ସାହୁ ମୁଖ୍ୟ ଅତିଥି, ପୂର୍ବତନ ସରପଂଚ ରଘୁନାଥ ସେଠୀ, ସମବାୟ ସମିତି ସମ୍ପାଦକ ହିମାଂଶୁ ପ୍ରଧାନ, ଶିକ୍ଷକ ତଥା ସମାଜସେବୀ ରାମପ୍ରସାଦ କର୍ଣ୍ଣ , ଭୀଷ୍ମ ଦନ୍ତା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ମୋଟ ୨୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes