ରାଜ୍ୟ ସରକାର ଆଜି ଶ୍ରମିକମାନଙ୍କ ଭିଡିଏ -ଭେରିଏବଲ ଡ଼ିଅରନେସ ଆଲୋଏନ୍ସକୁ 11 ଟଙ୍କା ଲେଖାଏ ବୃଦ୍ଧି କରିବା ସହ ପିଛିଲା ଭାବେ ଏପ୍ରିଲ 1 ତାରିଖରୁ ଲାଗୁ କରିବାକୁ ଘୋଷଣା କରିଛନ୍ତି l
ଅଣକୁଶଳୀ ଶ୍ରମିକଙ୍କ ମଜୁରି 326 ଟଙ୍କା ହୋଇଥିବା ବେଳେ ଅର୍ଦ୍ଧ କୁଶଳୀଙ୍କର 366 ଟଙ୍କା, କୁଶଳୀ ଙ୍କର 416 ଟଙ୍କା ଏବଂ ଅତି କୁଶଳୀ ଶ୍ରମିକଙ୍କର 476 ଟଙ୍କା ହୋଇଛି l