ଶୁଆକାଟି ଠାରୁ ଗୁହାଳଡ଼ିହି ପର୍ଯ୍ୟନ୍ତ ରେଳ ସଂଯୋଗକୁ ବିରୋଧ କରି କେନ୍ଦୁଝର ଜିଲା ଟ୍ରକମାଲିକ ସଂଘ ପକ୍ଷରୁ ରାଲି ଅନୁଷ୍ଠିତ ହୋଇଯାଇଛି।ଶହ ଶହ ସଂଖ୍ୟାରେ ଟ୍ରକମାଲିକ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଓ ଅନ୍ୟମାନଙ୍କୁ ଦାବିପତ୍ର ଦେଇ ପ୍ରସ୍ତାବିତ ପ୍ରକଳ୍ପକୁ ବନ୍ଦ କରିବାକୁ ଦାବିକରିଥିଲେ।
ଟ୍ରେନରେ ଲୁହାପଥର ପରିବହନ ହେଲେ ହଜାର ହଜାର ଟ୍ରକମାଲିକ ଜୀବନଜୀବିକା ହରାଇବେ ବୋଲି ଦାବି କରିଛନ୍ତି।ଟ୍ରକ୍ ବ୍ୟବସାୟ କ୍ଷତିଗ୍ରସ୍ତ ହେଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିର୍ଭରଶୀଳ ଲକ୍ଷାଧିକ ପରିବାର କ୍ଷତିଗ୍ରସ୍ତ ହେବେ।