ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା : ସୁନ୍ଦରଗଡ଼ ଚମ୍ପିଆନ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ପୋଟିଙ୍ଗ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୬ଷ୍ଠ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।

ଦୁଇଦିନ ଧରି ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ କଳାହାଣ୍ଡିର ବୁଢ଼ାରଜା ଫୁଟବଲ କ୍ଲବ, ସୁନ୍ଦରଗଡ଼ର ଦୋସ୍ତି ବ୍ରଦର୍ସ, ବଲାଙ୍ଗୀରର ସ୍ପୋର୍ଟସ ହଷ୍ଟେଲ, ଝାରସୁଗୁଡାର ଶିବା ସ୍ପୋର୍ଟସ, ସମ୍ବଲପୁରର ସ୍ପୋର୍ଟସ ହଷ୍ଟେଲ, ପଦମପୁରର ବୋଡ଼ାସମ୍ବର, ଫୁଲବାଣୀ ସ୍ପୋର୍ଟସ ହଷ୍ଟେଲ ଓ କଟକର ରୋଭର୍ସ କ୍ଳବ୍ ପ୍ରଭୃତି ୮ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲରେ ସୁନ୍ଦରଗଡ଼ର ଦୋସ୍ତି ବ୍ରଦର୍ସ ଦଳ ବଲାଙ୍ଗୀରର ସ୍ପୋର୍ଟସ ହଷ୍ଟେଲକୁ ୨-୦ ଗୋଲରେ ହରାଇ ଚମ୍ପିଆନ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes