ରାଜପଥରେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଖୀରେଈ ଟାଙ୍ଗିରି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଖୀରେଈ ଟାଙ୍ଗିରି ଛକ ନିକଟରେ ମଙ୍ଗଳବାର ରାତ୍ରି ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ମୃତକ ଜଣକ ହେଉଛନ୍ତି ବାଉଁଶୁଳି ଗ୍ରାମ ଇନ୍ଦିରା ସାହିର ଫକୀର ମହାକୁଡ (୪୨)। ସେ ରାସ୍ତା ପାର ହେଉଥିବା ବେଳେ ଅଜଣା ଗାଡ଼ି ତାଙ୍କ ଉପରେ ଚଢିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଫକିର କ୍ଷୀରେଈ ଟାଙ୍ଗିରୀ ବଜାରର ଏକ ବ୍ରୟଲୋର୍ ପାଲୋରରେ କୁକୁଡ଼ାବକଟା କାର୍ଯ୍ୟ କରୁଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes