ରକ୍ତ ସଂରକ୍ଷଣ କେନ୍ଦ୍ର କାର୍ଯ୍ୟକ୍ଷମ ପାଇଁ ଜିଲ୍ଲାପାଳଙ୍କ ଠାରେ ଫେରାଦ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡୀୟ ଡାକ୍ତରଖାନାରେ ଥିବା ରକ୍ତ ସଂରକ୍ଷଣ କେନ୍ଦ୍ର (ବ୍ଲଡ଼ ଷ୍ଟୋରେଜ ୟୁନିଟ)ର ଲାଇସେନ୍ସ ନବୀକରଣ ନ ହୋଇ ପଡିରହିଥିବାରୁ ଏହି କେନ୍ଦ୍ରଟି କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ଗୁରୁବାର ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଉକ୍ତ ଡାକ୍ତରଖାନାକୁ ପରିଦର୍ଶନରେ ଆସିଥିବା ସମୟରେ ଜିଲ୍ଲା ରକ୍ତଦାତା ସେବା ସଂଘ ନେତୃତ୍ବରେ ପଶ୍ଚିମ ଓଡିଶା ଯୁବା ମଞ୍ଚ, ମାହେଶ୍ୱରୀ ସେନା, ସ୍ଥାନୀୟ କୃଷକ ସଂଗଠନ ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes