ମାଛ ଧରାଳିଙ୍କୁ ମାଛ ବଦଳରେ ମିଳିଲା କଙ୍କାଳ

ବରଗଡ ଜିଲ୍ଲା ସୋହେଲା ଥାନା ଅଧୀନ ଗର୍ଭଣା ଗ୍ରାମର ଭଙ୍ଗା କଟା ପୋଖରୀରେ ଆଜି ମତ୍ସଜୀବୀମାନେ ମାଛ ଧରୁଥିବା ବେଳେ ଏକ ବୁଦା ମୂଳରେ ନରକଙ୍କାଳ ପଡିଥିବାର ଦେଖିବାକୁ ପାଇଥିଲେ।

ଏନେଇ ସେମାନେ ସୋହେଲା ଥାନା ପୁଲିସକୁ ଖବର ଦେଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି କଙ୍କାଳ ଜବତ କରିଛି।
ଜବତ କଙ୍କାଳରେ ଏବେ ବି ମାଂସ ଲାଗି ରହିଛି। ମହିଳାମାନେ ବ୍ୟବହାର କରୁଥିବା ଅଙ୍ଗବସ୍ତ୍ର ମଧ୍ୟ କଙ୍କାଳରେ ଗୁଡ଼ାଇ ହୋଇରହିଥିବାରୁ ଏହା ମହିଳାର ମୃତଦେହ ବୋଲି ଅନୁମାନ କରାଯାଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes