ଭଙ୍ଗା ବିଦ୍ଯୁତ ଖୁଣ୍ଟି ହଟେଇ ବାକୁ ଦାବି

ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ତ ଅଧିନସ୍ଥ ଭଇଁଷା ଜ୍ଯୋତିବିକାଶ କଲେଜ ସାମ୍ନା ଓ ବସ୍ତି ଭିତରକୁ ଯାଉଥିବା ରାସ୍ତା ସମ୍ମୁଖରେ ଥିବା ଦୁଇଟି ଯାକ ବିଦ୍ୟୁତ ଖୁଣ୍ଟ ବା ପୋଲ ଉପରେ ଭାଙ୍ଗିଯାଇ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି।

ସାଧାରଣ ଜନତାଙ୍କ ସହ କଲେଜ ଛାତ୍ରଛାତ୍ରୀ ଏଇ ବାଟ ପାଠପଢି ଯାଉଥିବାରୁ ସେମାନଙ୍କ ଜୀବନପ୍ରତି ବିପଦ ରହିଛି। ତେଣୁ ପ୍ରଶାସନ ତୁରନ୍ତ ଏ ଦିଗରେ ଧ୍ଯାନ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes