କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ତାଳପଦା ଜଙ୍ଗଲରୁ ବନ ବିଭାଗ ପେଟ୍ରୋଲିଂ ସମୟରେ ହୁକିଂ ମାମଲାରେ ଚାରି ଜଣଙ୍କୁ ଗିରଫ କରିଛି।
ସେମାନେ ହେଲେ ଗୋଡା ଗ୍ରାମର ବୁଦ୍ଧଦେବ ମୁଣ୍ଡା, ଗୋବର୍ଦ୍ଧନ ମହାନ୍ତ, ଡମ୍ବରୁଧର ନାୟକ, ଗୁରୁଚରଣ ନାଏକ ବୋଲି ଜଣାପଡିଛି। ସେମାନଙ୍କ ଠାରୁ ଦୁଇଟି କୁରାଢି, ସାତ କିଲୋ ତାର, ଏକ ବୋତଲ ମଦ ଜବତ କରାଯାଇଥିବା ସୂଚନା ମିଳିଛି।