କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସମନ୍ୱିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟଳୟ ସମ୍ମୁଖରେ ଶୁକ୍ରବାର ବ୍ଲକର କାର୍ଯ୍ୟରତ ଶତାଧିକ ଅଙ୍ଗନବାଡି କର୍ମୀ ଓ ପାଚିକାମାନେ ବିଭିନ୍ନ ଦାବି ପୂରଣ ପାଇଁ ସିଡିପିଓ କାର୍ଯ୍ୟାଳୟଙ୍କ ସମ୍ମୁଖରେ ଧାରଣାରେ ବସିଛନ୍ତି।
ନ୍ୟାର୍ଯ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବ୍ଲକର ସମ୍ପାଦିକା ପ୍ରେମଳତା ଆଚାର୍ଯ୍ୟ, ବିଷ୍ଣୁ ପ୍ରିୟା ବେଜ, ମିନା ପତି, କମଳା ମହାନ୍ତ, ମନୋ ରମା ମହାନ୍ତ ଓ ମେନକା ନାଏକ ପ୍ରମୁଖ ଚେତାବନୀ ଦେଇଛନ୍ତି।