ଆଜି ସକାଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ, ଅଶ୍ୱିନୀ ଚୌବେ, ଭୂପେନ୍ଦ୍ର ଯାଦବ ଓ ବିଶେଶ୍ୱର ଟୁଡୁ ମଧ୍ୟ ଆଜି ଓଡିଶା ଆସୁଛନ୍ତି।
ଆସନ୍ତାକାଲି କେନ୍ଦ୍ର ମନ୍ତ୍ରୀ ନିଶିଥ ପାରମାଣିକ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଅର୍ଜୁନ ମୁଣ୍ଡା ଆଜି ଯାଜପୁର ଯାଇ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଥିବା ବେଳେଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ଦଳୀୟ ସଂଗଠନର ସମୀକ୍ଷା କରିବେ।