ବାୟୋଟେକ୍ନୋଲୋଜିରେ ଡକ୍ଟରେଟ୍ ଉପାଧି

ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଓଫ୍ ଆନିମଲ ଟେକ୍ନୋଲୋଜୀ (ଏନଆଇଏବି)ରୁ ଡ଼. ପ୍ରଜ୍ଞାପରିମିତା କର ବାୟୋଟେକ୍ନୋଲୋଜିରେ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ କରିଛନ୍ତି। ସେ ଉକ୍ତ ଅନୁଷ୍ଠାନର ଡ଼. ଆନନ୍ଦ ଶ୍ରୀବାସ୍ତବଙ୍କ ତତ୍ତ୍ୱାବଧାନରେ ‘ସଂକ୍ରାମକ ଜୀବବିଜ୍ଞାନ” ଉପରେ ଗବେଷଣା କରୁଥିଲେ। ଡ଼.କରଙ୍କୁ ଏହି ଉପାଧି ରିଜିଓନାଲ ସେଣ୍ଟର ଫର ବାୟୋଟେକ୍ନୋଲୋଜିରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ପ୍ରଦାନ କରାଯାଇଥିଲା। ଡ଼. କର ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ବାସିନ୍ଦା ସ୍ବର୍ଗତ ହିମାଂଶୁ କର ଓ ସୁନାକୁମାରୀ କରଙ୍କ କନ୍ୟା ଅଟନ୍ତି। ଡ଼. କରଙ୍କୁ ଏହି ସଫଳତା ପାଇଁ ତାଙ୍କର ପରିବାରବର୍ଗ, ବନ୍ଧୁ ପରିଜନ ଓ ସାଙ୍ଗସାଥି ଶୁଭେଚ୍ଛା ଜଣାଇଛନ୍ତି। ଏହାକୁ ସେ ତାଙ୍କ ସ୍ବର୍ଗତ ପିତା ହିମାଂଶୁ ଶେଖର କରଙ୍କୁ ଅର୍ପଣ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes