ବାତ୍ୟା ପ୍ରଭାବରେ ୧୦ରୁ ୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

୯ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୬୫ରୁ ୭୫ କିମି ଓ ୧୦ତାରିଖରେ ୭୦ରୁ ୮୦ କିମି ବେଗରେ ପବନ ବୋହିବ ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ କହିଛି। ୯ ତାରିଖରେ ସମୟେ ସମୟେ ପବନର ବେଗ ବଢ଼ି ଘଣ୍ଟାପ୍ରତି ୮୫ କିମି ଛୁଇଁବ ଏବଂ ୧୦ ତାରିଖରେ ସମୟେ ସମୟେ ପବନର ବେଗ ବଢି ୯୦କିମି ଛୁଇଁବ। ୧୦ ତାରିଖ ସୁଦ୍ଧା ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରି ଆସିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes