ବାଇକ୍ ଦୁର୍ଘଟଣାରେ ଦୁଇ ଗୁରୁତର

ଟାଉନ୍ ଥାନା ଅନ୍ତର୍ଗତ ଧୃପଦା ଗ୍ରାମ ନିକଟରେ ଏକ ବାଇକ୍ ଦୁର୍ଘଟଣା ହେବା ଫଳରେ ଦୁଇଜଣ ଗୁରୁତର ହୋଇଛନ୍ତି।

ଗୁରୁତର ମାନେ ହେଲେ ଧୃପଦା ଗ୍ରାମର ରାଜାରାମ ମହାନ୍ତ(୨୩),ବାଜପୁର ସୁକିନ୍ଦା ଅଞ୍ଚଳର ଗିରିଜା ପ୍ରସାଦ ମହାନ୍ତ(୨୫) ବୋଲି ଜଣା ପଡିଛି। ଆଜି ଉଭୟ ଏକ ବାଇକ୍ ଯୋଗେ କେନ୍ଦୁଝର ସହର ଅଭିମୁଖେ ଆସୁଥିଲେ।ରାଜାରାମ ଦ୍ରୁତଗତିରେ ଗାଡି ଚାଳନା କରୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଜଣେ ଗୁରୁତର ହୋଇଥିବାରୁ କଟକ ସ୍ଥାନାନ୍ତରଣ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes