ବନ୍ୟପ୍ରାଣୀ ଆକ୍ରମଣରେ ମୃତ୍ୟୁ ଘଟିଲେ ମିଳିବ ୬ ଲକ୍ଷ ଟଙ୍କା

ଅନୁକମ୍ପା ରାଶି ୪ ଲକ୍ଷରୁ ୬ ଲକ୍ଷକୁ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବନ୍ୟପ୍ରାଣୀ ଆକ୍ରମଣରେ ଗୁରୁତର ଆହତଙ୍କ ପ୍ରତି ବି ସହାୟତା ବୃଦ୍ଧି ହୋଇଛି। ୬୦%ରୁ ଅଧିକ ଅକ୍ଷମତା କ୍ଷେତ୍ରରେ ଅଢ଼େଇ ଲକ୍ଷ ଟଙ୍କା ମିଳିବ।

୬୦%ରୁ କମ୍ ଅକ୍ଷମତା କ୍ଷେତ୍ରରେ ସହାୟତା ଦେଢ଼ଲକ୍ଷ ଟଙ୍କା ମିଳିବ।ଗାଈ, ମଇଁଷି, ବଳଦଙ୍କ ମୃତ୍ୟୁ ହେଲେ ୩୭ ହଜାର ୫୦୦ ଟଙ୍କା ମିଳିବ।ବଳଦ ମୃତ୍ୟୁ ପାଇଁ ୩୨ ହଜାର, ବାଛୁରୀ ପାଇଁ ୫ ହଜାର ମିଳିବ। ଛେଳି ମେଣ୍ଢାଙ୍କ ପାଇଁ ୪ ହଜାର, ଛେଳିମେଣ୍ଢା ଛୁଆ ମୃତ୍ୟୁ ପାଇଁ ୧୫୦୦ ମିଳିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes