ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଭଣ୍ଡାର ଗ୍ରାମରେ ବଜ୍ରାଘାତରେ ଆଜି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି l
ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଭଣ୍ଡାର ଗ୍ରାମର ପଳଉ ଭୁଏ । ଘଟଣାରୁ ପ୍ରକାଶ ଖରିଫ ଚାଷ ପାଇଁ ନିଜ ଚାଷ ଜମିରେ ତଳି ପକାଉଥିବା ବେଳେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା ଫଳରେ ସେ ବଜ୍ରାପାତର ସଂସ୍ପର୍ଶରେ ଆସି ବେହୋସ ହୋଇପଡ଼ିଥିଲା ତାଙ୍କୁ ତୁରନ୍ତ ବିନିକା ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା ।ହେଲେ ଡାକ୍ତର ଦେଖିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ ।