ପିତା ମାତା ହରାଇଥିବା ଅନାଥ ଝିଅଙ୍କୁ ନିଜ ଲାଭାର୍ଥର କିଛି ଅଂଶ ସାହାଯ୍ୟ କରିବା ଲକ୍ଷ୍ୟ ରଖି ରଜ ଉପଲକ୍ଷେ ଖୋର୍ଦ୍ଧା ତଥା ଦ୍ଵେତ ନଗରୀ କଟକ ଓ ଭୁବନେଶ୍ୱରରେ ମହିଳା ମାନଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ପିଠା ଘର ପାରମ୍ପରିକ ଓଡ଼ିଆ ପିଠାର ହୋମ ଡେଲିଭରି କରୁଛି।
ମହିଳା ଉଦ୍ୟୋକ୍ତା ତଥା ପିଠା ଘରର କୋ ଫାଉଣ୍ଡର ସୁଶ୍ରୀ ଶାଳୀନୀ ସୁମନ କହିଛନ୍ତି ରଜ ପାଳି ପାରୁନଥିବା ଅନାଥ ଝିଅଙ୍କୁ ସାହାଯ୍ୟ କରିବା ଏହି ଉଦ୍ୟମର ଉଦ୍ଦେଶ୍ୟ।