ଆଜି କେନ୍ଦୁଝର ଜିଲ୍ଲା ଜଂଘିରା ଅଞ୍ଚଳରେ ସ୍କୁଲ ପିଲା ଓ ଲୋକଙ୍କୁ ପାଞ୍ଚ ଶହ ଚାରା ବାଣ୍ଟିଲେ ଗଛ ମଣିଷ ପରିବେଶବିତ୍ ରମେଶ ଚନ୍ଦ୍ର ମିଶ୍ର।
ସେ ନିଜର ପେନସନ ଅର୍ଥ ରେ ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ି ଥିବା ବେଳେ, ଜଂଘିରା ଗ୍ରାମରେ ଏକ ନର୍ସରୀ କରି ଚାରା ସୃଷ୍ଟି କରି ଲୋକଙ୍କୁ ମାଗଣାରେ ଚାରା ବଣ୍ଟନ କରିବା ସହ ସଚେତନ କରାଇଥାନ୍ତି। ଚାରା ଯେପରି ବଞ୍ଚି ରହେ ତାହାର ସମୀକ୍ଷା ମଧ୍ୟ କରିଥାନ୍ତି। ଚଳିତ ବର୍ଷ ସେ ଗାୟତ୍ରୀ ପରିବାର ପକ୍ଷରୁ ଦେଢ଼ ଲକ୍ଷ ଚାରା ରୋପଣ କରିବା ଲକ୍ଷ ରଖିଥିବା ବେଳେ ବିଭିନ୍ନ ଗ୍ରାମ, ସ୍କୁଲ, ରାସ୍ତା କଡ ଆଦି ରେ ଛାତ୍ରୀ ଛାତ୍ର ତଥା ଲୋକ ଙ୍କ ସହିତ ଚାରା ରୋପଣ କରିବା ଉଦ୍ୟମ ଜାରି ରଖିଛନ୍ତି।