ଚାକିରି ନାଁରେ ନକଲି ୱେବସାଇଟ୍ କରି ଠକେଇ ମାମଲାରେ ଆନ୍ଧ୍ର ପ୍ରଦେଶରୁ ଆଉ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ।
ଅଭିଯୁକ୍ତର ଆକାଉଣ୍ଟକୁ ୬୦ ଲକ୍ଷ ଟଙ୍କା ଯାଇଥିବା ଜଣାପଡ଼ିଛି। ଓଡ଼ିଶା ସମେତ ୬ଟା ରାଜ୍ୟରେ ସକ୍ରିୟ ଥିଲା ଗ୍ୟାଙ୍ଗ।ଆଶାୟୀଙ୍କ ଠାରୁ ୧ ହଜାର ଟଙ୍କା ଲେଖାଏଁ ଆଦାୟ କରୁଥିଲେ। ପୂର୍ବରୁ ମାମଲାରେ ୩ ଜଣଙ୍କୁ ଗିରଫ କରିଥିଲା ଇଓଡବ୍ଲୁ।