ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନ ପରିସରରେ ନିଜ ଖର୍ଚ୍ଚରେ ଏକ ମାଟି ଘର ପ୍ରସ୍ତୁତ କରିଛନ୍ତି।
ଏହି ଘରେ ପାଇଖାନା ସହ ଗାଧୁଆ ଘର, ଦୁଇଟି ବେଡରୁମ୍ ଓ ଗୋଟିଏ ବୈଠକ କୋଠରୀ ରହିଛି । ଘରେ ବସିବା ଓ ଶୋଇବା ପାଇଁ ମାଟିରେ ପିଣ୍ଡା ନିର୍ମାଣ କରାଯାଇଛି । ଏହି ଘର ପାଇଁ ମାଟି, ଗୋବର, ଗୋମୂତ୍ର, ନିମ୍ବପତ୍ର, ବାଲିର ବ୍ୟବହାର ହୋଇଛି। ଘରର ଛପର ପାଇଁ ବାଉଁଶ, କାଠ ନଡା ବ୍ୟବହାର କରାଯାଇଛି ।