ଓଡ଼ିଶା ମିଡ ଡେ ମିଲ ୱର୍କର୍ସ ୟୁନିୟନ୍ ପକ୍ଷରୁ ଆଜି ତିନି ଦଫା ଦାବିରେ କେନ୍ଦୁଝର ଠାରେ ଏକ ରାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ସ୍କୁଲରେ କାମ କରୁଥିବା ଶତାଧିକ ପାଚିକା ସାମିଲ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ।
ପାଚିକା ଓ ସହାୟକମାନଙ୍କୁ ଶ୍ରମିକ ମାନ୍ୟତା, ସର୍ବନିମ୍ନ ମଜୁରୀ, ୨୦୧୭ ମସିହାରୁ କେନ୍ଦ୍ର ମାସକୁ ୭ ଶହ ଓ ୨୦୨୩ ରୁ ରାଜ୍ୟ ସରକାର ମାସକୁ ୯ ଶହ ଟଙ୍କା ପ୍ରଦାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିଛନ୍ତି।