ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମୟୂରଭଞ୍ଜ ଜିଲ୍ଲା ଡିହିରାକୁଳ ଗ୍ରାମରେ ଚଳିତ ବର୍ଷର ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ଚକରେ ଅଖ ସଂଲଗ୍ନ କରାଯାଇ ପୂଜା ବିଧି ସମାପନ ହୋଇଛି।
ପ୍ରତ୍ୟୁଷରୁ ମହାପ୍ରଭୁଙ୍କ ପହୁଡ଼ ଖୋଲାଯାଇ ମଂଗଳ ଆଳତୀ ଵାଳଧୂପ, ଚନ୍ଦନ,ବାଲଭୋଗ, ପୂଜାର୍ଚ୍ଚନା ସହିତ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ଗ୍ରାମର ବଡ଼ଦାଣ୍ଡରେ ଥିବା ରଥ ଖଳାରେ ପୂଜା ଅର୍ଚ୍ଚନା କରାଯାଇଥିଲା।ମହାରଣା ପୁରସ୍ତମ ପଲେଇ ସଂକଳ୍ପ କାର୍ଯ୍ୟ କରି ପୁଷ୍ପାଞ୍ଜଳୀ ପୂର୍ବକ ମହାପ୍ରଭୁଙ୍କ ରଥ ନିମନ୍ତେ ହରେକୃଷ୍ଣ ମହାମନ୍ତ୍ରର ତାଳେ ତାଳେ ଚକରେ ଅଖ ସଂଲଗ୍ନ କରିଥିଲେ।