ସ୍ଥାନୀୟ ଧରଣୀଧର ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ରସାୟନ ବିଜ୍ଞାନ ବିଭାଗର ଡେମନଷ୍ଟ୍ରେଟର ଭାବେ କାମ କରି ଆସୁଥିବା ଡକ୍ଟର ଉମେଶ ଚନ୍ଦ୍ର ଚୌଧୁରୀଙ୍କ ହୃଦଘାତରେ ଦେହାନ୍ତ ହୋଇ ଥିବାରୁ ତାଙ୍କ ସ୍ମୃତିରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ଯାଇଛି।
ଅଧ୍ୟକ୍ଷ ନରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅଧ୍ୟାପକ/ଅଧ୍ୟାପିକା, ଛାତ୍ରୀ ଛାତ୍ର, କର୍ମଚାରୀ ଯୋଗ ଦେଇ ସ୍ମୃତି ଚାରଣ କରିବା ସହ ମହାନ୍ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ। ସେ ଜଣେ ମେଳାପି ଓ ମିଷ୍ଟଭାଷୀ ବ୍ୟକ୍ତି ଥିଲେ ବୋଲି ଅବସର ପ୍ରାଧ୍ୟାପକ ଡକ୍ଟର ବିମ୍ବାଧର ବେହେରା କହିଛନ୍ତି।