ଝାଡାବାନ୍ତିରେ ଜେଜେ ମା, ନାତି ମୃତ:20 ଆକ୍ରାନ୍ତ

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦେଦର୍ହ ଗ୍ରାମରେ ଗଣେଶ ପୂଜା ପରଠାରୁ ଝାଡାବାନ୍ତି ଲାଗି ରହିଛି l ଗତକାଲି ରାତିରେ ଏକ ପରିବାରରେ ଜେଜେ ମାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ସକାଳେ ନାତି ପ୍ରାଣ ହରାଇଛି l
ଗ୍ରାମରେ 20 ଜଣ ଆକ୍ରାନ୍ତ ଥିବା ବେଳେ ପାଟଣାଗଡ଼ ଡାକ୍ତରଖାନାରେ ଦଶ ଜଣଙ୍କୁ ଭର୍ତ୍ତି କରାଯାଇଛି l ଗ୍ରାମକୁ ଡାକ୍ତରୀ ଟିମ ପଠାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes