ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଥାନା ଅନ୍ତର୍ଗତ ହାତୀସାହି ଗ୍ରାମରେ ଘଟିଛି ଏହି ଅଘଟଣ ।
ସୂଚନାଯୋଗ୍ୟ, ବାପ ଦୁର୍ଯ୍ୟୋଧନ ପାତ୍ର ଓ ପୁଅ ସର୍ବେଶ୍ୱର ପାତ୍ରଙ୍କ ମଧ୍ୟରେ ଆଜି ଘରେଇ କଳିକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପୁଅ ଉତକ୍ଷିପ୍ତ ହୋଇ ପଡ଼ିଥିବା କାଠଫାଳିଆରେ ଦୁର୍ଯ୍ୟୋଧନ ପାତ୍ର(୬୧) ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ପୁଲିସ ପୁଅକୁ ପଚରାଉଚରା କରି ତଦନ୍ତ କରୁଛି ।