ଚଳନ୍ତା ବସ ରୁ ଖସି ଯାତ୍ରୀ ଗୁରୁତର

କେନ୍ଦୁଝର ଜିଲା ପାଟଣା ବ୍ଲକ ଖୀରେଇଟାଙ୍ଗିରି ଦେଇ ଯାଇଥିବା ୪୯ ନମ୍ୱର୍ ଜାତୀୟ ରାଜପଥ ଖୀରେଇଟାଙ୍ଗିରି ଶାଳ ଜଙ୍ଗଲ ନିକଟରେ ବୁଧବାର ଅପରାହ୍ନ ରେ ଏକ ଯାତ୍ରୀ ବାହୀ ଚଳନ୍ତା ବସ ରୁ ଜଣେ ବ୍ୟକ୍ତି ଖସି ପଡ଼ି ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ରାଇସୁଆଁ ଥାନା ଶଙ୍କରପୁର ଗ୍ରାମ ର ଅନିଲ କୁମାର ବାରିକ (୪୦)।ତାଙ୍କୁ ଏନ୍ ଏଚ ଆଇ ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି ।ଦୁର୍ଘଟଣା ପରେ ବସ ଫେରାର ଅଛି। ମା ବାସନ୍ତୀ ନାମକ ଘରୋଇ ବସ ଟି କେନ୍ଦୁଝର ରୁ ରାଇରଙ୍ଗପୁର ଯାଉଥିଲା

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes