ଚମ୍ପାପୁର ବ୍ରଦର୍ସ ଗ୍ରୁପ୍ ଗଠିତ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଚମ୍ପାପୁର ଠାରେ ଗ୍ରାମର ଯୁବ ଗୋଷ୍ଠୀଙ୍କୁ ନେଇ ‘ଚମ୍ପାପୁର ବ୍ରଦର୍ସ ଗ୍ରୁପ୍’ ଗଠନ କରାଯାଇଛି । କେହି ସ୍ବାସ୍ଥ୍ୟ ଜନିତ ଅସୁବିଧାରେ ପଡ଼ିଲେ କିମ୍ବା ସାମାଜିକ କାର୍ଯ୍ୟରେ ସମସ୍ତେ ମିଳିମିଶି ସହଯୋଗ କରିବାକୁ ଏହା ଗଠନ କରାଯାଇଛି । ରବିବାର ବାଗବର ସ୍ଥିତ ଗାୟତ୍ରୀ ଆଶ୍ରମ ନିକଟରେ ବସିଥିବା ଏକ ବୈଠକରେ ଏହା ଗଠନ କରାଯାଇଥିବା ଜଣାପଡ଼ିଛି । ଏଥିରେ ଗିରିଜା ଶଙ୍କର ପଣ୍ଡା ସଭାପତି, ଅଜିତ କୁମାର ଦାସ ସମ୍ପାଦକ, ସତ୍ୟନାରାୟଣ ପଣ୍ଡା କୋଷାଧ୍ୟକ୍ଷ ରହିଥିବା ଜଣାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes