କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଚିନାମାଳି ପଶି ପଞ୍ଚାୟତ ନୂଆପଡା ଗ୍ରାମର ଜଣେ ୫୫ ବର୍ଷୀୟା ମହିଳାଙ୍କ ମୃତ ଦେହ ସୋମବାର ରାସ୍ତା ପାର୍ଶ୍ଵରେ ଥିବା ପୋଖରୀରୁ ଉଦ୍ଧାର ହୋଇଛି।
ମୃତ ମହିଳା ଜଣକ ବାସନ୍ତୀ ବେହେରା ଓରଫ ନଙ୍ଗୁଳି ବୋଲି ଜଣାପଡ଼ିଛି।ରବିବାର ଅପରାହ୍ନରେ ଗାଁ ପୋଖରୀକୁ ଶୌଚ ହେବା ପାଇଁ ଆସି ନିଖୋଜ ଥିଲେ। ସୂଚନା ଯେ, ବାସନ୍ତୀ ଦୀର୍ଘ ଦିନରୁ ବାପ ଘରେ ରହୁଥିଲେ।